ସ୍କୁଲରେ ତାଲା ପକାଇଲେ ଅଭିଭାବକ

କେନ୍ଦୁଝର: ବିଭିନ୍ନ ସମସ୍ୟା ନେଇ ଆଜି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଣୁଆ ଗାଁ ସ୍ଥିତ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇ ଦେଇଥିଲେ। ଏହାକୁ ସମର୍ଥନ କରି ଛାତ୍ରଛାତ୍ରୀମାନେ ସ୍କୁଲ୍ ଫାଟକ ସମ୍ମୁଖରେ ବସି ଥିଲେ। ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ସ୍କୁଲ୍‌ଟିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ପୁଣି  ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ପିଲାମାନେ ବାରଣ୍ଡାରେ ବସି […]

school-children

school-children

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 05:07 PM IST

Sports

Latest News

କେନ୍ଦୁଝର: ବିଭିନ୍ନ ସମସ୍ୟା ନେଇ ଆଜି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଣୁଆ ଗାଁ ସ୍ଥିତ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇ ଦେଇଥିଲେ। ଏହାକୁ ସମର୍ଥନ କରି ଛାତ୍ରଛାତ୍ରୀମାନେ ସ୍କୁଲ୍ ଫାଟକ ସମ୍ମୁଖରେ ବସି ଥିଲେ।

ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ସ୍କୁଲ୍‌ଟିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ପୁଣି  ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଥିବା ବେଳେ ବର୍ଷା ହେଲେ ଓଦା ହୋଇଯାଆନ୍ତି। ଏହି ସମସ୍ୟାଗୁଡ଼ିକର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ତେଣୁ ସେମାନେ ଆଜି ବାଧ୍ୟ ହୋଇ ସ୍କୁଲ୍‌ରେ ତାଲା ପକାଇ ଥିଲେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos