କାନ୍ଥ ପଡ଼ି ବାଳିକାର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇରେ କାନ୍ଥ ପଡ଼ି ଜଣେ ୮ ବର୍ଷ ଝିଅର ମୃତ୍ୟୁ ଘଟିଛି। ତା’ ନାଁ ଗୀତାଞ୍ଜଳି ପ୍ରଧାନ। ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଥିଲେ।

ଆଜି ସକାଳ ପ୍ରାୟ ୯ଟା ବେଳେ ଗୀତାଞ୍ଜଳି ତାଙ୍କ ଭାଇଙ୍କ ସହ ଘର ଅଗଣାରେ ଖେଳୁଥିବା ସମୟରେ ସେଠାରେ ଥିବା ଏକ ପୁରୁଣା କାନ୍ଥଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ଭୁଶୁଡ଼ି ଗୀତାଞ୍ଜଳିଙ୍କ ଉପରେ ପଡ଼ିଥିଲା। ତାଙ୍କ ଭାଇ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।