ବିଲକୁ ପାଣି ମଡ଼ାଇବାକୁ ଆସି ଚାଲି ଗଲା ଜୀବନ; ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଝାଲିଆବେଢା ନିକଟରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଝାଲିଆବେଢ଼ା ଗାଁର କୀର୍ତ୍ତନ ମହାନ୍ତି। ସକାଳୁ ସକାଳୁ ସେ ବିଲକୁ ପାଣି ମଡ଼ାଇବାକୁ ଆସିଥିଲେ।

ବନ ବିଭାଗ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।