ଅଟୋକୁ ଧକ୍କା ଦେଲା ଟ୍ରକ୍; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବେଲଦା ଘାଟିରେ ଆଜି ସନ୍ଧ୍ୟାରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତ ମହିଳାଙ୍କ ନାଁ ମମତା ମହାନ୍ତ। ତାଙ୍କ ସ୍ୱାମୀଙ୍କ ନାଁ ବନୋଦ ବିହାରୀ ମହାନ୍ତ। ସେମାନେ ଏକ ଅଟୋ ଯୋଗେ କଳିଙ୍ଗାରୁ ନିଜ ଗାଁ ଟାଙ୍ଗରାଣୀକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମମତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।