ଖଣିଜ ସମ୍ପର୍କିତ କର୍ମଶାଳା ଉଦଘାଟିତ

ଭୁବନେଶ୍ୱର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଇଞ୍ଜିନିୟର୍ସ ପକ୍ଷରୁ ଭୁବନେଶ୍ୱରରେ ଏକ ଦୁଇଦିନିଆ କର୍ମଶାଳାକୁ ଉଦଘାଟନ କରିଛନ୍ତି ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର। ଦୁଇଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ବକ୍ସାଇଟ୍, ଆଲୁମିନା, କୋବାଲଟ, ଦସ୍ତା, ତମ୍ୱା, ନିକେଲ ଓ ସାମୁଦ୍ରିକ ବାଲି ସମ୍ୱନ୍ଧରେ ଆଲୋଚନା ହେବ। କର୍ମଶାଳା ଶେଷରେ ରାଜ୍ୟ ସରକାରଙ୍କୁ ଅଣଲୌହ ଖଣିଜ ସମ୍ପର୍କିତ ଏକ ରିପୋର୍ଟ ଦିଆଯିବ।