ଖୋର୍ଦ୍ଧା:ଭୀମପୁରରେ ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ

khodhaଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଜଟଣୀ ବ୍ଲକ୍ ଅନ୍ତର୍ଗତ ଭୀମପୁରରେ ଏହି ଅଘଟଣ ଘଟିଛି। ମୃତ ଭାଇଭଉଣୀଙ୍କ ଘର ଡେଲାଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ଭୀମପୁରର ତାଙ୍କ ମାମୁଁ ଘରକୁ ବୁଲି ଆସିଥିଲେ। ଦୁହେଁ ପୋଖରୀରେ ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।