ଖୋର୍ଦ୍ଧା: ମହିଳାଙ୍କ ମୃତଦେହ ଠାବ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବେଗୁନିଆ ଷ୍ଟେସନ ପୂର୍ବରୁ ଶରଧାପୁର ରେଳ ଲାଇନରୁ ଆଜି ଜଣେ ମହିଳାଙ୍କ ମୃତଦେହକୁ ଜିଆରପି ଉଦ୍ଧାର କରିଛି। ମହିଳା ଜଣଙ୍କ ନାଁ ଉଷାମଣୀ ନିଷ। ମହିଳାଙ୍କ ମୃତଦେହ  ପାଖରୁ ତାଙ୍କର ଏକ ପରିଚୟପତ୍ର ମିଳିଛି।  ଉଷାମଣୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ନେଇ ଅନୁସନ୍ଧାନ କରାଯାଉଛି।