କୋଣାର୍କ: ନିଷେଧାଦେଶ ସତ୍ତ୍ୱେ ବାଲିରେ ପୋତା ଗଲା ପିଲାଙ୍କୁ

କୋଣାର୍କ: ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନିଷେଧାଦେଶ ସତ୍ତ୍ୱେ ଆଜି କୋଣାର୍କ ନବଗ୍ରହ ପୀଠରେ ଭିନ୍ନକ୍ଷମ ପିଲାଙ୍କୁ ଅର୍ଦ୍ଧ ପୋତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ଆଜି ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିବା ପରେ ପିଲାମାନଙ୍କୁ ବାଲିରେ ପୋତି ଥିଲେ। ଅନ୍ୟପକ୍ଷେ ପ୍ରଶାସନର ଏହି ନିଷେଧାଦେଶକୁ ନବଗ୍ରହ ମନ୍ଦିରର ସେବକ ସମିତି ଓ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ବିରୋଧ କରାଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ବୈଶାଖ, କାର୍ତ୍ତିକ ଓ ମାଘ ମାସର ଶନିବାର ପାଳି ଯାତ୍ରାରେ ନବଗ୍ରହ ପୀଠରେ ଶ୍ରଦ୍ଧାଳୁମାନେ […]

konark

konark

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 03:42 PM IST

Sports

Latest News

କୋଣାର୍କ: ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନିଷେଧାଦେଶ ସତ୍ତ୍ୱେ ଆଜି କୋଣାର୍କ ନବଗ୍ରହ ପୀଠରେ ଭିନ୍ନକ୍ଷମ ପିଲାଙ୍କୁ ଅର୍ଦ୍ଧ ପୋତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ଆଜି ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିବା ପରେ ପିଲାମାନଙ୍କୁ ବାଲିରେ ପୋତି ଥିଲେ। ଅନ୍ୟପକ୍ଷେ ପ୍ରଶାସନର ଏହି ନିଷେଧାଦେଶକୁ ନବଗ୍ରହ ମନ୍ଦିରର ସେବକ ସମିତି ଓ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ବିରୋଧ କରାଯାଇଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ବୈଶାଖ, କାର୍ତ୍ତିକ ଓ ମାଘ ମାସର ଶନିବାର ପାଳି ଯାତ୍ରାରେ ନବଗ୍ରହ ପୀଠରେ ଶ୍ରଦ୍ଧାଳୁମାନେ ଭିନ୍ନକ୍ଷମ ପିଲାଙ୍କ ଆରୋଗ୍ୟ କାମନା କରି ବାଲିରେ ସେମାନଙ୍କୁ ଅଧା ପୋତିବାର ପରମ୍ପରା ରହିଆସିଛି। ତେବେ ପିଲାମାନଙ୍କୁ ପୋତା ଯିବା ଘଟଣାକୁ କମିଶନ ନିଷ୍ଠୁରତା ଦର୍ଶାଇବା ସହ ଜନସାଧାରଣ ଏଥିରୁ ନିବୃତ ରଖିବାକୁ ଗୋପ ତହସଲଦାରଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos