କୋରାପୁଟ: ମାଓବାଦୀଙ୍କୁ ବିପ୍ଲବୀ ଚାଷୀ ମୁଲିଆ ସଂଘର ନିନ୍ଦା

କୋରାପୁଟ: କୋରାପୁଟ ଜିଲ୍ଲାରେ ମାଓ ହିଂସା ବୃଦ୍ଧି ପାଇଥିବାବେଳେ ଏହାକୁ ବିପ୍ଲବୀ ଚାଷୀ ମୁଲିଆ ସଂଘ ଦୃଢ଼ ନିନ୍ଦା କରିଛି। ଏନେଇ ସଂଘ ପକ୍ଷରୁ ନାରାୟଣପାଟଣାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ସଂଘର ଆନ୍ଦୋଳନରେ ସହଯୋଗ କରିବା ପାଇଁ ପୂର୍ବରୁ ମାଓବାଦୀମାନେ ଆଗେଇ ଆସିଥିଲେ। କିନ୍ତୁ ପୋଲିସର ସହଯୋଗୀ କହି ସଂଘର ପ୍ରାୟ ୭୦ ଜଣଙ୍କ ସଦସ୍ୟଙ୍କୁ ସେମାନେ ହତ୍ୟା କରିବା ପରେ ସଂଘ ମାଓବାଦୀଙ୍କ ସହ ସମ୍ପର୍କ ତୁଟାଇଥିଲା। ପୁଣି ନାରାୟଣପାଟଣାରେ ସଂଘର ସଦସ୍ୟମାନଙ୍କୁ ମାଓବାଦୀମାନେ ହତ୍ୟା କରୁଛନ୍ତି ଏବଂ ଏଭଳି କାର୍ଯ୍ୟର ଦୃଢ଼ ଜବାବ ଦିଆଯିବ ବୋଲି ବିପ୍ଲବୀ ଚାଷୀ ମୁଲିଆ ସଂଘ ଚେତାବନୀ ଦେଇଛି।