ଦାଦନ ଖଟିବାକୁ ଯାଇ ୮ ଶ୍ରମିକ ନିଖୋଜ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଗାଗନାପୁର ଅଞ୍ଚଳର ୮ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିକୁ ଦାଦନ ଖଟିବାକୁ ଯାଇଥିଲେ। ମାତ୍ର ସେମାନଙ୍କ ସହିତ ଯୋଗାଯୋଗ ହୋଇପାରୁ ନ ଥିବାରୁ ଆଜି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଶ୍ରମ ଅଧିକାରୀଙ୍କୁ ଜଣାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଫେରାଇ ଆଣାଯିବ ବୋଲି ସହକାରୀ ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା କହିଛନ୍ତି।