କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ନେଇ ମୂଳ ଆଦିବାସୀ ବଞ୍ଚାଅ ମଞ୍ଚ ପକ୍ଷରୁ ବିରୋଧ

ରାଉରକେଲା: ରାଉରକେଲାରେ ହେବାକୁ ଥିବା କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ନେଇ ଅନିଶ୍ଚିତା ଦେଖାଦେଇଛି। ସୁନ୍ଦରଗଡ ମୂଳ ଆଦିବାସୀ ବଞ୍ଚାଅ ମଞ୍ଚ ପକ୍ଷରୁ ଏହି ପ୍ରକଳ୍ପକୁ ବୁଧବାର ବିରୋଧ କରାଯାଇଛି। କେନ୍ଦ୍ର ସରକାର ଓଡ଼ିଶାରେ ଏହି ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ରାଉରକେଲାର ବଙ୍କିଆଠାରେ ପ୍ରକଳ୍ପ ଲାଗି ୫୦ ଏକର ଜମି ଦେଇଥିଲେ। ମାତ୍ର ଏହି ଜମିକୁ ଆଦିବାସୀ ଜମି ଦର୍ଶାଇ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ମୂଳ ଆଦିବାସୀ ମଞ୍ଚ ପକ୍ଷରୁ ଆଜି […]

khurda

khurda

Rakesh Mallick
  • Published: Wednesday, 03 February 2016
  • Updated: 03 February 2016, 05:41 PM IST

Sports

Latest News

ରାଉରକେଲା: ରାଉରକେଲାରେ ହେବାକୁ ଥିବା କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ନେଇ ଅନିଶ୍ଚିତା ଦେଖାଦେଇଛି। ସୁନ୍ଦରଗଡ ମୂଳ ଆଦିବାସୀ ବଞ୍ଚାଅ ମଞ୍ଚ ପକ୍ଷରୁ ଏହି ପ୍ରକଳ୍ପକୁ ବୁଧବାର ବିରୋଧ କରାଯାଇଛି। କେନ୍ଦ୍ର ସରକାର ଓଡ଼ିଶାରେ ଏହି ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ରାଉରକେଲାର ବଙ୍କିଆଠାରେ ପ୍ରକଳ୍ପ ଲାଗି ୫୦ ଏକର ଜମି ଦେଇଥିଲେ। ମାତ୍ର ଏହି ଜମିକୁ ଆଦିବାସୀ ଜମି ଦର୍ଶାଇ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ମୂଳ ଆଦିବାସୀ ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ଧରଣା ଦିଆଯାଇଥିଲା।

ଏ ନେଇ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଏହି କୃଷି ବିଜ୍ଞାନ କେନ୍ଦ୍ର କରାଇ ଦିଆଯିବ ନାହିଁ। କେନ୍ଦ୍ର ସରକାର ଏହି କେନ୍ଦ୍ର ପ୍ରତିଷ୍ଠା କରି ଚାଷୀ ନାଁରେ ଆଦିବାସୀ ଜମିକୁ ହଡପ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ୧୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇ ଥିବା ରାଉରକେଲା ଡିଏସପି ପି.କେ. ମିଶ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos