କୁଟୁରା ଉଦ୍ଧାର

kuturaକଟକ: କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ କାଠଗୋଲା ସାହିରୁ ଆଜି ଏକ କୁଟୁରାକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ପ୍ରଥମେ କୁଟୁରାକୁ ଦେଖିବାପରେ ତାକୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ତାକୁ ଧରିବା ସମ୍ଭବ ହୋଇ ନ ଥିଲା। କୁଟୁରାଟି ଡରି ଯାଇ ଏକ ଡ୍ରେନ୍ ଭିତରକୁ ପଶି ଯାଇଥିଲା ଯୋବ୍ରା ଫରେଷ୍ଟ ରେଞ୍ଜ ଅଫିସକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ରେଞ୍ଜ ଅଫିସର ଆସି କୁଟୁରାକୁ ଉଦ୍ଧାର କରିଥିଲେ। ତେବ କୁଟୁରାଟି କେଉଁଠୁ ଓ କିପରି ଆସିଲା ତାହା ଜଣାପଡ଼ି ନାହିଁ। ତାକୁ ନନ୍ଦନକାନନ ଛଡାଯିବ ବୋଲି ଯୋବ୍ରା ରେଞ୍ଜ ଅଫିସର କହିଛନ୍ତି।