ଲମତାପୁଟ୍‌-ଜୟପୁର ରାସ୍ତାରେ ଦୁଇଟି ଲ୍ୟାଣ୍ତମାଇନ ଠାବ

ଲମତାପୁଟ୍: କୋରାପୁଟ ଜିଲ୍ଳା ଟାଙ୍ଗିଣୀଗୁଡ଼ା ଦଶମନ୍ତପୁର ରାସ୍ତାରେ କମ୍ୱିଂ ଅପରେସନ୍ କରୁଥିବା ସମୟରେ ଏକ କଲର୍ଭଟରୁ ମାଓ ସାମଗ୍ରୀ ଜବତ କରି ହେବାର ଦିନକ ପରେ ଆଜି ପୁଣି ଲମତାପୁଟ-ଜୟପୁର ମୁଖ୍ୟରାସ୍ତାର କାଡାମ ଗ୍ରାମ ନିକଟ ଏକ କଲଭଟ ନିକଟରୁ ବିପୁଳ ପରିମାଣରେ ବିସ୍ପୋରକ ଜବତ ହୋଇଛି। ଏଥିରେ ରହିଛି ୨ଟି ୨ କେଜି ଓଜନର ଲ୍ୟାଣ୍ଡମାଇନ୍‌, ୨୨ଟି ଇଲେକ୍ଟ୍ରୋନିକ୍ସ ଡିଟୋନେଟର, ୧୦ ମିଟର ତାର ଓ ଏକ ଦେଶୀ ବନ୍ଧୁକ। ବୈପାରୀଗୁଡ଼ା ଠାରେ ଥିବା ବିଏସ୍‌ଏଫ୍‌ର […]

lamtaput

lamtaput

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 10:08 PM IST

Sports

Latest News

ଲମତାପୁଟ୍: କୋରାପୁଟ ଜିଲ୍ଳା ଟାଙ୍ଗିଣୀଗୁଡ଼ା ଦଶମନ୍ତପୁର ରାସ୍ତାରେ କମ୍ୱିଂ ଅପରେସନ୍ କରୁଥିବା ସମୟରେ ଏକ କଲର୍ଭଟରୁ ମାଓ ସାମଗ୍ରୀ ଜବତ କରି ହେବାର ଦିନକ ପରେ ଆଜି ପୁଣି ଲମତାପୁଟ-ଜୟପୁର ମୁଖ୍ୟରାସ୍ତାର କାଡାମ ଗ୍ରାମ ନିକଟ ଏକ କଲଭଟ ନିକଟରୁ ବିପୁଳ ପରିମାଣରେ ବିସ୍ପୋରକ ଜବତ ହୋଇଛି। ଏଥିରେ ରହିଛି ୨ଟି ୨ କେଜି ଓଜନର ଲ୍ୟାଣ୍ଡମାଇନ୍‌, ୨୨ଟି ଇଲେକ୍ଟ୍ରୋନିକ୍ସ ଡିଟୋନେଟର, ୧୦ ମିଟର ତାର ଓ ଏକ ଦେଶୀ ବନ୍ଧୁକ।

ବୈପାରୀଗୁଡ଼ା ଠାରେ ଥିବା ବିଏସ୍‌ଏଫ୍‌ର ୧୪୩ ବାଟାଲିୟନର ଯବାନମାନେ ଆଜି ଏହି ବିସ୍ଫୋରକକୁ ଜବତ କରିଥିଲେ।

ସୂଚନାଯୋଗ୍ୟ ଗତକାଲି ଏହି ଯବାନମାନେ ଗୋଟିଏ  ୧୨ ଭୋଲ୍ଟର ବ୍ୟାଟେରୀ, ଦୁଇଟି ଟିଫିନ୍‌ ବୋମା, ୨୨ଟି ଇଲେକ୍‌ଟ୍ରିକ୍ ଡିଟୋନେଟର, ୪୫ ମିଟର ଲମ୍ୱର ଫ୍ଲେକ୍ସିବୁଲ୍ ତାର ଓ ୨୫ଟି ଜିଲାଟିନ୍ ଷ୍ଟିକ୍ ଜବତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos