କ୍ଷତିପୂରଣ ଦାବି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବଲାଙ୍ଗିରରେ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ। ପ୍ରକଳ୍ପ ପୂର୍ବରୁ ଥଇଥାନ ଓ କ୍ଷତିପୂରଣ ପ୍ରମୁଖ ୫ଟି ଦାବିରେ ୧୫ଟି ଗାଁର ମହିଳା ସଙ୍ଗଠନ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ ଚାଲିଥିବା ବେଳେ ମହିଳା ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ପରେ ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନା ବିଫଳ ହୋଇଥିବାରୁ ପ୍ରକଳ୍ପ କାମ ବନ୍ଦ ରହିଛି। ଆନ୍ଦୋଳନକାରୀ ମହିଳା ଇଲାବତୀ ସେଠ କହିଛନ୍ତି,“କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ […]

loier suktal

loier suktal

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 10:38 PM IST

Sports

Latest News

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବଲାଙ୍ଗିରରେ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ। ପ୍ରକଳ୍ପ ପୂର୍ବରୁ ଥଇଥାନ ଓ କ୍ଷତିପୂରଣ ପ୍ରମୁଖ ୫ଟି ଦାବିରେ ୧୫ଟି ଗାଁର ମହିଳା ସଙ୍ଗଠନ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ ଚାଲିଥିବା ବେଳେ ମହିଳା ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ପରେ ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନା ବିଫଳ ହୋଇଥିବାରୁ ପ୍ରକଳ୍ପ କାମ ବନ୍ଦ ରହିଛି।

ଆନ୍ଦୋଳନକାରୀ ମହିଳା ଇଲାବତୀ ସେଠ କହିଛନ୍ତି,“କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କାମ କରାଇ ଦେବୁନି।”

ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର କହିଛନ୍ତି,“ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos