‘ଜୟପୁର-ମାଲକାନଗିରି ରେଳଲାଇନ୍‌ ପାଇଁ କେନ୍ଦ୍ର ପୂର୍ବ ଏମ୍‌ଓୟୁ ପାଳନ କରୁ’

ଭୁବନେଶ୍ୱର: ମାଓ ପ୍ରବଣ ଅଞ୍ଚଳର ବିକାଶ ଓ ସୁରକ୍ଷା ପ୍ରସଙ୍ଗ ନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ସରିବା ପରେ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ଜୟପୁର-ମାଲକାନଗିରି ରେଳଲାଇନ୍ ପାଇଁ କେନ୍ଦ୍ର ପୂର୍ବ MOU ପାଳନ କରୁ। ପୂର୍ବ MOUରେ କେନ୍ଦ୍ର ୭୫% ଓ ରାଜ୍ୟ ୨୫% ଦେବା ଉଲ୍ଲେଖ ରହିଛି। ଦୁଇ ଜିଲ୍ଲାରେ ମୋବାଇଲ ଓ ବ୍ୟାଙ୍କ ସେବା ପର୍ଯ୍ୟାପ୍ତ ନୁହେଁ। ଏଥିପ୍ରତି କେନ୍ଦ୍ର ଧ୍ୟାନ ଦେବା ଦରକାର। ଏହାଛଡ଼ା ନିରାପତ୍ତା ଖର୍ଚ୍ଚ ବାବଦରେ ବାକି ପଡ଼ିଥିବା ଟଙ୍କା ଶୀଘ୍ର ଦେବାକୁ ମୁଁ କହିଛି। ବର୍ତ୍ତମାନ ନିରାପତ୍ତା ଖର୍ଚ୍ଚ ବାବଦରେ କେନ୍ଦ୍ରଠାରୁ ୨୮୦ କୋଟି ପାଇବାର ଅଛି।”