ମରୁଡ଼ି ଘୋଷଣା ଦାବିରେ ବୌଦ୍ଧ ଓ କଳାହାଣ୍ଡିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବୌଦ୍ଧ/କଳାହାଣ୍ଡି: ମରୁଡି ଘୋଷଣା ଦାବିରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍ ଅନ୍ତର୍ଗତ ଖଟଖଟିଆ, ଘିକୁଣ୍ଡି ଓ ସିମଳିପଦର ପଞ୍ଚାୟତର ଶତାଧିକ ଚାଷୀ ମଙ୍ଗଳବାର ରାସ୍ତାକୁ ଓହ୍ଲାଇ ଥିଲେ। ସେମାନେ କଣ୍ଟାମାଲରେ ଶୋଭାଯାତ୍ରା କରିବା ସହିତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କଣ୍ଟାମାଲ ବ୍ଲକକୁ ମରୁଡ଼ି ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଚାଷୀମାନେ ଆଜି ରାସ୍ତାକୁ ଓହ୍ଲାଇ ଥିଲେ। ସେମାନେ ଆଜି କଦଳୀଗଡ଼ଠାରେ ରାସ୍ତାରୋକ କରିଥିଲେ। ଗୋବର୍ଦ୍ଧନ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ଦାବିରେ ସେମାନେ ବିଡିଓଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳ, କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।