ପୁରୀ: ରାଜ୍ୟର ୧୬ଟି ଜିଲ୍ଲାପୁ ସରକାର ମରୁଡି ଅଞ୍ଚଳ ଘୋଷଣା କରିଛନ୍ତି। ଏହାବାଦ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଅଳ୍ପ ବହୁତ ମରୁଡି ସ୍ଥିତି ସୃଷ୍ଟି ହୋଇଛି। ଏଥରୁ ବାଦ ପଡିନାହାନ୍ତି ପୁରୀ ଜିଲ୍ଲା । ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ କଣାସ ବ୍ଲକ । ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ନ ଥିବାରୁ ଏହି ୩ଟି ବ୍ଲକ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷ ଜମି ଫ।ଟି ଆଁ କରିଥିବା ବେଳେ ଚାଷ ଉଜୁଡି ଯିବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ବ୍ରହ୍ମଗିରି ବ୍ଲକର ଚାଷୀ ଚାଷବାସ ଲାଗି କେନାଲ ଉପରେ ନିର୍ଭର କରିଥାନ୍ତି । ହେଲେ କେନାଲର କେଉଁଠି ଦଳ ଭର୍ତ୍ତି ହୋଇ ରହିଥିବା ବେଳେ ଆଉ କେଉଁଠି ପାଣି ନାହିଁ । ହେଲେ କୃଷି ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହେଉଛି । କୃଷି ବିଭାଗର ତଥ୍ୟ ଅନୁସାରେ ପୁରୀ ଜିଲ୍ଲାର ୨୦ଟି ପଞ୍ଚାୟତର ୧୧୦ ଗାଁର ୨୫୮୫ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ଜିଲ୍ଲାରେ ୫୨ ପ୍ରତିଶତ ଚାଷଜମିକୁ ଜଳସେଚନର ସୁବିଧା ଥିବା କୃଷି ବିଭାଗ କହୁଛି। ହେଲେ କେନାଲର ସ୍ଥିତିକୁ ଦେଖିଲେ ଜିଲ୍ଲାରେ ଚାଷୀ କେନାଲ ଦ୍ୱାରା କେତେ ଉପକୃତ ହେଉଥିବେ ଜାଣି ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।