ମୟୂରଭଞ୍ଜ: ମଦ ଭାଟି ଭାଙ୍ଗିଲେ ମହିଳା

କପ୍ତିପଦା: ଦଶହରାରେ ୫୦୦ରୁ ଊର୍ଦ୍ଧ୍ୱ ମହିଳା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡ଼ାଢିହି ଗାଁରେ ଚାଲିଥିବା ଦେଶୀ ମଦ ଭାଟିରେ ପଶି ଭଙ୍ଗାରୁଜା କରିଛନ୍ତି। ଏପରିକି ଦେଶୀ ମଦ ଓ ମଦ ତିଆରି ସରଞ୍ଜାମରେ ନିଆଁ ଲଗାଇ ଦେଇଛନ୍ତି।

ଏହି ମଦ ଭାଟି ଉଚ୍ଛେଦ ପାଇଁ ବହୁ ଦିନରୁ ଅଭିଯୋଗ ହେଉଥିଲା। ମାତ୍ର ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ପୋଲିସ୍‌ଠାରୁ ନିରାଶ ହୋଇ ଆଜି ମହିଳାମାନେ ମଦ ଦୋକାନରେ ପଶି ଭଙ୍ଗା ରୁଜା କରିଛନ୍ତି।