ଏମସିଏଲର ଗଛକଟାକୁ ନେଇ ଉତ୍ତେଜନା

ଅନୁଗୋଳ: ଅନୁଗୋଳ ଜିଲ୍ଲା ରାକସ ଗାଁରେ ଏମସିଏଲର ଗଛକଟାକୁ ନେଇ  ଉତ୍ତେଜନା ଦେଖାଯାଇଥିଲା। ଏମସିଏଲର ଜଗନ୍ନାଥ କୋଇଲା ଖଣି ପାଇଁ ଅଧିଗ୍ରହଣ ହୋଇଥିବା ଜମିରୁ ଆଜି ଗଛ କଟାଯିବାର ଥିଲା। ତେବେ ଗ୍ରାମ୍ୟ ଜଙ୍ଗଲରୁ ଗଛ କଟାକୁ ଗ୍ରାମବାସୀ ବିରୋଧ କରିଥିଲେ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

କୋଇଲା ଖଣି ହେଲେ ପରିବେଶ ପ୍ରଦୂଷଣ ହେବା ସହ ଧୁଳିଧୂଆଁ ଓ କୋଇଲା ଗୁଣ୍ଡ ଯୋଗୁ ସ୍ଥାନୀୟ ଲୋକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ ଅଭିଯୋଗ ହୋଇଥିଲା। ସେଥିପାଇଁ ସ୍ଥାନୀୟ ଲୋକେ ଧାରଣାରେ ବସିବା ସହ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଏଥିରୁ ନିବୃତ ରହିବାକୁ କହିଥିଲେ। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ରାକସ ଗାଁର ୧୫୦ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ଥାନାକୁ ଆଣି ଅଟକ ରଖିବା ପରେ ଏମସିଏଲର ଜଗନ୍ନାଥ ଖଣି ପାଇଁ ଗଛକଟା ଆରମ୍ଭ ହୋଇଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More