ବେତନଟୀ ନବୋଦୟ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଜବାହର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସୁଚିତ୍ରା ପ୍ରଧାନ ଆଜି ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ମାତ୍ର ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି। ଆଜି ରକ୍ଷା ବନ୍ଧନ କର୍ଯ୍ୟକ୍ରମ ଥିବାରୁ ସବୁ ଛାତ୍ରଛାତ୍ରୀଙ୍କ ସହିତ ସୁଚିତ୍ରା ଶ୍ରେଣୀରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସରିବା ପରେ ସୁଚିତ୍ରା ହଷ୍ଟେଲକୁ ଫେରି ବେକରେ ରଶି ଲଗାଇ ଦେଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଏଖବର ପାଇଲା ପରେ ତାଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର […]

nabaya student

nabaya student

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 09:47 PM IST

Sports

Latest News

nabaya studentବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଜବାହର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସୁଚିତ୍ରା ପ୍ରଧାନ ଆଜି ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ମାତ୍ର ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି।

ଆଜି ରକ୍ଷା ବନ୍ଧନ କର୍ଯ୍ୟକ୍ରମ ଥିବାରୁ ସବୁ ଛାତ୍ରଛାତ୍ରୀଙ୍କ ସହିତ ସୁଚିତ୍ରା ଶ୍ରେଣୀରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସରିବା ପରେ ସୁଚିତ୍ରା ହଷ୍ଟେଲକୁ ଫେରି ବେକରେ ରଶି ଲଗାଇ ଦେଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଏଖବର ପାଇଲା ପରେ ତାଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସୁଚିତ୍ରାଙ୍କ ବାପା ପ୍ରହଲ୍ଲାଦ ପ୍ରଧାନ କହିଛନ୍ତି, “ମୁଁ କିଛି ଜାଣିନି କଣ ପାଇଁ ସେ ଆତ୍ମହତ୍ୟା କଲା।  ଝିଅ ଡାକ୍ତରଖାନାରେ ପଡ଼ିଛି ବୋଲି ଆଜି ମୋ ପାଖକୁ ଫୋନ୍‌ ଆସିଥିଲା। ମୁଁ ଡାକ୍ତରଖାନାରେ ଦେଖେତ ଝିଅ ଆଉ ନାହିଁ। ଗତ ଜୁଲାଇରେ ଝିଅ କହୁଥିଲା ଏଠାରେ ପଢ଼ା ହେଉନି ମୁଁ ପଢ଼ିବିନି। ସବୁବେଳେ ଗାଳି ଦେଉଛନ୍ତି।”

ସ୍କୁଲ ଭାଇସ୍‌ ପ୍ରିନ୍ସପାଲ ବି. ସୀତା ଲକ୍ଷ୍ମୀ କହିଛନ୍ତି, “ସୁଚିତ୍ରା ଜଣେ ଭଲ ଛାତ୍ରୀ। ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଥିବାରୁ ସବୁ ଛାତ୍ରଛାତ୍ରୀଙ୍କ ସହିତ ସେ ଶ୍ରେଣୀରେ ଥିଲା। ପରେ ହଷ୍ଟେଲକୁ ଆସି ଆତ୍ମହତ୍ୟା କରିଛି। କଣ ପାଇଁ ସେ ଆତ୍ମହତ୍ୟା କଲା ମୁଁ ଜାଣିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos