ନବରଙ୍ଗପୁର: ପାପଡ଼ାହାଣ୍ଡି ମଦ୍ରାସାର ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଚାଲୁଥିବା ମଦ୍ରାସାର ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁକଲ୍ୟାଣ କମିଟି, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନେଇ ଗଠିତ ଏକ ୩ଜଣିଆ ଟିମ୍ ମଦ୍ରାସାର ଯାଞ୍ଚ କରିଛନ୍ତି। ବିନା ପଞ୍ଜୀକରଣରେ ଚାଲୁଥିବା ଏହି ମଦ୍ରାସାର ଅନ୍ତେବାସୀଙ୍କୁ ଟିମର ସଦସ୍ୟମାନେ ଭେଟିବା ସହ ସେମାନଙ୍କ ପରିଚୟ, ଶିକ୍ଷାଦାନ ଓ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିଛନ୍ତି। ଏସବୁ ତଥ୍ୟ ସଂଗ୍ରହ […]

nabarangpur

nabarangpur

Rakesh Mallick
  • Published: Wednesday, 30 December 2015
  • Updated: 31 December 2015, 12:03 PM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଚାଲୁଥିବା ମଦ୍ରାସାର ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁକଲ୍ୟାଣ କମିଟି, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନେଇ ଗଠିତ ଏକ ୩ଜଣିଆ ଟିମ୍ ମଦ୍ରାସାର ଯାଞ୍ଚ କରିଛନ୍ତି। ବିନା ପଞ୍ଜୀକରଣରେ ଚାଲୁଥିବା ଏହି ମଦ୍ରାସାର ଅନ୍ତେବାସୀଙ୍କୁ ଟିମର ସଦସ୍ୟମାନେ ଭେଟିବା ସହ ସେମାନଙ୍କ ପରିଚୟ, ଶିକ୍ଷାଦାନ ଓ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିଛନ୍ତି। ଏସବୁ ତଥ୍ୟ ସଂଗ୍ରହ କରିବା ପରେ ସପ୍ତାହେ ମଧ୍ୟରେ ସମସ୍ତ ରିପୋର୍ଟ ଦେବାକୁ ମଦ୍ରାସା କର୍ତ୍ତୃପକ୍ଷଙ୍କୁ କମିଟି ନିର୍ଦ୍ଦେଶ ଦେଇଛି।

ଏହି ମଦ୍ରାସା ସହ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନର ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେବା ପରେ ଗତ ୨୩ ତାରିଖରେ ମଧ୍ୟ ଚଢାଉ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos