ନୟାଗଡ଼: ମହିପୁର ଫାଣ୍ଡିରେ ମାଓ ଆକ୍ରମଣ ଘଟଣା, ୬ ଅଭିଯୁକ୍ତ ଖଲାସ

ନୟାଗଡ଼:୨୦୦୮ ମସିହା ନୟାଗଡ଼ ମହିପୁର ଫାଣ୍ଡି ଉପରେ ହୋଇଥିବା ମାଓ ଆକ୍ରମଣ ଘଟଣାର ୬ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ ୬ ଜଣ ଅଭିଯୁକ୍ତ ଆଶୁତୋଷ ସୋରେନ, ରଣଜିତ ସାଣା, ରବି ଦୁଲାଇ, ଚନ୍ଦ୍ରାବତୀ ଟୁକୁରୁକା, କମଳାକାନ୍ତ ସେଠୀ ଓ କିଶୋର ଜେନାଙ୍କୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍ ମୁକ୍ତ କରିଛନ୍ତି। ୨୦୦୮ ମସିହାରେ ନୟାଗଡ଼ ମହିପୁର ଫ।ଣ୍ଡି ଉପରେ ହୋଇଥିବା ଆକ୍ରମଣରେ ଜଣେ ଏଏସଆଇ, ୨ଜଣ କନେଷ୍ଟବଲ ଓ ଜଣେ ହୋମଗାର୍ଡଙ୍କ ସସେତ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।