ପିକ୍‌ନିକ୍‌ ବସ୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୦ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମାଈଛେଳି ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ ପିକ୍‌ନିକ୍ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ଟୁନି ପ୍ରଧାନ। ଗୁରୁତର ଆହତ ଜଣେ ବାଳିକା ଓ ବସ୍‌ ଡ୍ରାଇଭରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନୟାଗଡ଼ର ଭଗବାନପୁରର ‘ବୀଣାପାଣି’ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ […]

bus

bus

Rakesh Mallick
  • Published: Monday, 26 December 2016
  • Updated: 26 December 2016, 10:34 PM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମାଈଛେଳି ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ ପିକ୍‌ନିକ୍ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ଟୁନି ପ୍ରଧାନ। ଗୁରୁତର ଆହତ ଜଣେ ବାଳିକା ଓ ବସ୍‌ ଡ୍ରାଇଭରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ନୟାଗଡ଼ର ଭଗବାନପୁରର ‘ବୀଣାପାଣି’ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ କର୍ମଚାରୀମାନେ ସମ୍ବଲପୁରରୁ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବସ୍‌ଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଟ୍ରକ୍‌ଟି ମଧ୍ୟ ଓଲଟି ପଡ଼ିଥିଲା। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos