ନୟାଗଡ: ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ ନ କରିବାରୁ ୩୦ ପରିବାର ସାମାଜିକ ବାସନ୍ଦ ଅଭିଯୋଗ

ନୟାଗଡ଼: ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ ନ କରିବାରୁ ଗୋଟିଏ ଗାଁର ୩୦ ପରିବାରଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡିଛି। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ହିଞ୍ଜିଳିଗାଡ଼ିଆ ଗାଁରୁ। ଏ ନେଇ ବାସନ୍ଦର ଶିକାର ପରିବାରମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ପରିବାରଙ୍କ ପକ୍ଷରୁ କୁହାଯାଇଛି, ରାଜନୈତିକ ଆକ୍ରୋଶ ରଖି ଏପରି କରାଯାଉଛି। ଏପରି କି ନିଜ ଜମିରୁ ଧାନ କାଟିବାକୁ ଛଡାଯାଉନାହିଁ। […]

nayagrah

nayagrah

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 07:58 AM IST

Sports

Latest News

ନୟାଗଡ଼: ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ ନ କରିବାରୁ ଗୋଟିଏ ଗାଁର ୩୦ ପରିବାରଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡିଛି। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ହିଞ୍ଜିଳିଗାଡ଼ିଆ ଗାଁରୁ। ଏ ନେଇ ବାସନ୍ଦର ଶିକାର ପରିବାରମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ପରିବାରଙ୍କ ପକ୍ଷରୁ କୁହାଯାଇଛି, ରାଜନୈତିକ ଆକ୍ରୋଶ ରଖି ଏପରି କରାଯାଉଛି। ଏପରି କି ନିଜ ଜମିରୁ ଧାନ କାଟିବାକୁ ଛଡାଯାଉନାହିଁ। ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବାରଣ କରାଯାଉଛି। ଏ ନେଇ ନୟାଗଡ଼ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅନ୍ୟପକ୍ଷେ ଏପରି ଅଭିଯୋଗକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି। ଜିଲ୍ଲାପାଳ କହିଛନ୍ତି, ଏକ ଡ୍ୟାମ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ରହିଛି। ଏହାର ସମାଧାନ କରିବାକୁ ଉଦ୍ୟମ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos