ବ୍ରହ୍ମପୁର,ରାଉରକେଲା ଓ ବାଲେଶ୍ୱରରେ ଚାଲିଛି ମାଆଙ୍କ ଭସାଣ ଶୋଭାଯାତ୍ରା

ବ୍ରହ୍ମପୁର/ରାଉରକେଲା/ବାଲେଶ୍ୱର: ବ୍ରହ୍ମପୁର ଓ ରାଉରକେଲାରେ ମାଆଙ୍କ ଭସାଣ ଶୋଭାଯାତ୍ରା ଚାଲିଛି।ରାଉରକେଲା ସହରର ବିଭିନ୍ନ ପୂଜା ମଣ୍ଡପରେ ଏଥର ପୂଜା ପାଇଥିବା ୯୮ଟି ମୂର୍ତ୍ତି ମଧ୍ୟରୁ କିଛି ମୂର୍ତ୍ତିର ଦିନବେଳା ଭସାଣ ସରିଛି।ଖବର ଲେଖାଯିବା ପର୍ଯ୍ୟନ୍ତ ୧୩ ନମ୍ୱର ସେକ୍ଟରରେ ଭସାଣ ମେଲଣ ପରେ ମେଢ଼ ସବୁ ବ୍ରାହ୍ମଣୀ ନଦୀର ବାଲୁଘାଟ ଅଭିମୁଖେ ଯାଉଛନ୍ତି।ଏଠାରେ ନିର୍ମିତ ଅସ୍ଥାୟୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନର ବ୍ୟବସ୍ଥା ହୋଇଛି।ବିସର୍ଜନ ଶୋଭାଯାତ୍ରାକୁ ସୁରୁଖୁରୁରେ ସଂପନ୍ନ କରିବା ଲାଗି ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। […]

rarakala-6

rarakala-6

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 04:15 PM IST

Sports

Latest News

ବ୍ରହ୍ମପୁର/ରାଉରକେଲା/ବାଲେଶ୍ୱର: ବ୍ରହ୍ମପୁର ଓ ରାଉରକେଲାରେ ମାଆଙ୍କ ଭସାଣ ଶୋଭାଯାତ୍ରା ଚାଲିଛି।ରାଉରକେଲା ସହରର ବିଭିନ୍ନ ପୂଜା ମଣ୍ଡପରେ ଏଥର ପୂଜା ପାଇଥିବା ୯୮ଟି ମୂର୍ତ୍ତି ମଧ୍ୟରୁ କିଛି ମୂର୍ତ୍ତିର ଦିନବେଳା ଭସାଣ ସରିଛି।ଖବର ଲେଖାଯିବା ପର୍ଯ୍ୟନ୍ତ ୧୩ ନମ୍ୱର ସେକ୍ଟରରେ ଭସାଣ ମେଲଣ ପରେ ମେଢ଼ ସବୁ ବ୍ରାହ୍ମଣୀ ନଦୀର ବାଲୁଘାଟ ଅଭିମୁଖେ ଯାଉଛନ୍ତି।ଏଠାରେ ନିର୍ମିତ ଅସ୍ଥାୟୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନର ବ୍ୟବସ୍ଥା ହୋଇଛି।ବିସର୍ଜନ ଶୋଭାଯାତ୍ରାକୁ ସୁରୁଖୁରୁରେ ସଂପନ୍ନ କରିବା ଲାଗି ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ବ୍ରହ୍ମପୁରରେ ଏଥର ହୋଇଥିବା ୩୮ଟି ଯାକ ମେଢ଼ ପୁରୁଣା ବସଷ୍ଟାଣ୍ଡରେ ଏକାଠି ହୋଇଛନ୍ତି।ଏଠାରୁ ମେଢ଼ ସବୁ ଶୋଭାଯାତ୍ରାରେ ଯାଇ ଗୋପାଳପୁର ସମୁଦ୍ରରେ ବିସର୍ଜନର ବ୍ୟବସ୍ଥା ହୋଇଛି।ସେହିପରି ବାଲେଶ୍ୱରରେ ମଧ୍ୟ ଧୁମଧାମରେ ଚାଲିଛି ଭସାଣ ଉତ୍ସବ।ଏଥର ଭସାଣ ଶୋଭାଯାତ୍ରାରେ ସହରର ୮୫ଟି ମେଢ଼ ସାମିଲ ହୋଇଛନ୍ତି। ବୁଢାବଳଙ୍ଗ ନଦୀର ଲୁଣିଆ ଜୁଡ଼ି ଓ ବାଲିଘାଟରେ ମୂର୍ତ୍ତି ବିସର୍ଜନ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos