ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ପୁରୀ: ଡିସେମ୍ୱର ୩୧ ଓ ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଦୁଇ ଦିନ ମହାପ୍ରଭୁଙ୍କ ପାରମାଣିକ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ମହାପ୍ରଭୁଙ୍କୁ ଭିତରକାଠ ପାଖରୁ ଦର୍ଶନ କରିପାରିବେ। ଏହାସହ ସାହାଣମେଲା ଦର୍ଶନ ଦେଢଘଣ୍ଟା କରାଯିବାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କୁ ବ୍ୟାରିକେଟ ମାଧ୍ୟମରେ ସିଂହଦ୍ୱାର ଦେଇ ଛଡାଯିବ। ଅନ୍ୟ ତିନି ଦ୍ୱାର ଦେଇ ଭକ୍ତଙ୍କୁ ବାହାର କରାଯିବାର ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।