ନିଖିଳ ଉତ୍କଳ ମଧୁ ବୌଶ୍ୟ ସମାଜର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ପୁରୀ: ନିଖିଳ ଉତ୍କଳ ମଧୁ ବୌଶ୍ୟ ସମାଜର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ସମାଜର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ସେହିପରି ସମାଜର ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି। ବୈଠକରେ ମଧୁବୌଶ୍ୟ ସମାଜ ସଭାପତି ଦେବେନ୍ଦ୍ର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।