ନୀଳଗିରି: ପ୍ରାର୍ଥନା ପରେ ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଈଶ୍ୱରପୁର ହାଇସ୍କୁଲ ଓ ଏମଇ ସ୍କୁଲର ୩୦ରୁ ଅଧିକ ଛାତ୍ରୀ ଆଜି ଅସୁସ୍ଥ ହୋଇପଡ଼ିଥିଲେ। ପ୍ରାର୍ଥନା ସରିବା ପରେ ହଠାତ୍ ଏହି ଛାତ୍ରୀମାନେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ। ପ୍ରଥମେ ୮ ଜଣଛାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଆଉ ୫ ଜଣଙ୍କୁ ହସ୍ପିଟାଲକୁ ପଠାଯାଇଥିଲା। ପରେ ଅନ୍ୟମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ କେଉଁ କାରଣରୁ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ। ଏବେ ସବୁ ଛାତ୍ରୀ ସୁସ୍ଥ ଅଛନ୍ତି।