ଆନ୍ଥ୍ରାକ୍ସରେ ହାତୀ ଛୁଆର ମୃତ୍ୟୁ

ନୀଳଗିରି: କୁଲଡ଼ିହା ଅଭୟାରଣ୍ୟରେ ଏକ ୬ ମାସର ଅଣ୍ଡିରା ହାତୀ ଛୁଆର ଆନ୍ଥ୍ରାକ୍ସରେ ମୃତ୍ୟୁ ଘଟିଛି। ହାତୀ ଛୁଆଟି ୨୦ ଦିନ ପୂର୍ବରୁ ମରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସବୁଜବାହିନୀ ପାଟ୍ରୋଲିଂ କରୁଥିବା ବେଳେ କୁଲଡ଼ିହା ଅଭୟାରଣ୍ୟର ଚେମଚଟା ନିକଟରେ ହାତୀ ଛୁଆର ମୃତଦେହଟିକୁ ଠାବ କରିଥିଲେ। ଏ ନେଇ ସେମାନେ ରେଞ୍ଜରଙ୍କୁ ଜଣାଇଥିଲେ। ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ଖବର ପାଇବା ପରେ ପ୍ରାଣୀ ଚିକିତ୍ସାଧିକାରୀ ଏହାର ଶବ ବ୍ୟବଚ୍ଛେଦ କରିଥିଲେ। ହାତୀ ଛୁଆଟି ଆନ୍ଥ୍ରାକ୍ସରେ […]

elephantcalf

elephantcalf

Rakesh Mallick
  • Published: Saturday, 26 November 2016
  • Updated: 26 November 2016, 11:54 AM IST

Sports

Latest News

ନୀଳଗିରି: କୁଲଡ଼ିହା ଅଭୟାରଣ୍ୟରେ ଏକ ୬ ମାସର ଅଣ୍ଡିରା ହାତୀ ଛୁଆର ଆନ୍ଥ୍ରାକ୍ସରେ ମୃତ୍ୟୁ ଘଟିଛି। ହାତୀ ଛୁଆଟି ୨୦ ଦିନ ପୂର୍ବରୁ ମରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସବୁଜବାହିନୀ ପାଟ୍ରୋଲିଂ କରୁଥିବା ବେଳେ କୁଲଡ଼ିହା ଅଭୟାରଣ୍ୟର ଚେମଚଟା ନିକଟରେ ହାତୀ ଛୁଆର ମୃତଦେହଟିକୁ ଠାବ କରିଥିଲେ। ଏ ନେଇ ସେମାନେ ରେଞ୍ଜରଙ୍କୁ ଜଣାଇଥିଲେ। ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ଖବର ପାଇବା ପରେ ପ୍ରାଣୀ ଚିକିତ୍ସାଧିକାରୀ ଏହାର ଶବ ବ୍ୟବଚ୍ଛେଦ କରିଥିଲେ। ହାତୀ ଛୁଆଟି ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ଏହାକୁ ପୋଡ଼ି ଦିଆଯାଇଥିଲା। ଅନ୍ୟ ହାତୀ ଓ କୁଲଡ଼ିହା ଅଭୟାରଣ୍ୟ ପାଦ ଦେଶରେ ଥିବା ଗୃହପାଳିତ ପ୍ରାଣୀମାନଙ୍କୁ ଯେପରି ଆନ୍ଥ୍ରାକ୍ସ ନ ବ୍ୟାପିବ ସେଥିପାଇଁ ଗାଁରେ ଟିକାକରଣ କରାଯିବ ବୋଲି ଡିଏଫଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos