ନୂଆପଡ଼ା: ଟ୍ରକ୍‌ ଧକ୍କାରେ ବାଳକ ମୃତ

ନୂଆପଡ଼ା: ଟ୍ରକ୍‌ ଧକ୍କାରେ ଖଡ଼ିଆଳ ଥାନା ସରଗାଦି ନୂଆପଡ଼ା ଗାଁର ଜଣେ ୬ ବର୍ଷର ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଲେ ରମେଶ ତାଣ୍ଡିକ ପୁଅ ହିତେଶ ତାଣ୍ଡି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌କୁ ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଛନାପାଲିରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବାପାମାଆଙ୍କ […]

nuapada-accident

nuapada-accident

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 04:19 PM IST

ନୂଆପଡ଼ା: ଟ୍ରକ୍‌ ଧକ୍କାରେ ଖଡ଼ିଆଳ ଥାନା ସରଗାଦି ନୂଆପଡ଼ା ଗାଁର ଜଣେ ୬ ବର୍ଷର ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଲେ ରମେଶ ତାଣ୍ଡିକ ପୁଅ ହିତେଶ ତାଣ୍ଡି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌କୁ ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବିଛନାପାଲିରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବାପାମାଆଙ୍କ ସହ ହିତେଶ ନିଜ ଗାଁରୁ ଅଟୋରେ ଯାଇଥିଲେ। ବିଛନାପାଲିରେ ଅଟୋର ଗୋଟିଏ ପଟେ ରମେଶ ଏବଂ ତାଙ୍କ ପତ୍ନୀ ଓହ୍ଲାଇ ଥିବା ବେଳେ ହିତେଶ ଅନ୍ୟପଟେ ଓହ୍ଲାଇ ଥିଲେ। ଏହି ସମୟରେ ଏକ ଟ୍ରକ୍‌ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos