ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କପିଳାସ ରେଞ୍ଜର ମହୁଲଖୋଳି ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କିଶୋରୀ ଚନ୍ଦ୍ର ବେଉରା (୬୦)। କିଶୋରୀ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଘରୁ ବାହାରକୁ ଯାଉଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଗାଁ ଭିତରେ ନିଜ ଘର ସାମ୍ନାରେ ହାତୀ ଦଳି ଦେଇଥିଲା କିଶୋରୀଙ୍କୁ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]

elephantattck

elephantattck

Rakesh Mallick
  • Published: Friday, 04 November 2016
  • Updated: 04 November 2016, 12:35 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କପିଳାସ ରେଞ୍ଜର ମହୁଲଖୋଳି ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କିଶୋରୀ ଚନ୍ଦ୍ର ବେଉରା (୬୦)।

କିଶୋରୀ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଘରୁ ବାହାରକୁ ଯାଉଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଗାଁ ଭିତରେ ନିଜ ଘର ସାମ୍ନାରେ ହାତୀ ଦଳି ଦେଇଥିଲା କିଶୋରୀଙ୍କୁ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବନବିଭାଗ ତାଙ୍କ ପରିବାରକୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos