ଅପରେସନ ସ୍ମାଇଲ୍-୨ ଶେଷ, ୫୧୫ ଶିଶୁ ଉଦ୍ଧାର

ଭୁବନେଶ୍ୱର: ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଥିବା ଅପରେସନ ସ୍ମାଇଲର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଛି। ମାସେ ଧରି ଚାଲିଥିବା ଏହି ଅଭିଯାନରେ ଓଡ଼ିଶାର ମୋଟ ୫୧୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ଭିତରୁ ୩୩୦ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ରାଜ୍ୟ ବାହାରୁ ଉଦ୍ଧାର ହୋଇଛନ୍ତି ୧୮୫ ଜଣ। ଏମାନଙ୍କ ବ୍ୟତୀତ ୪୧ ଜଣ ଶିଶୁ ଶ୍ରମିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସ ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ୧୦ଟି ଟିମ ବିଭିନ୍ନ ରାଜ୍ୟକୁ ଯାଇ ଏହି ଶିଶୁମାନଙ୍କୁ ଉଦ୍ଧାର କରି ଥିବା ସ୍ପେଶାଲ ଡିଜି କ୍ରାଇମ ବି.କେ ଶର୍ମା ଏହି ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।