ପଶ୍ଚିମ ଓଡିଶାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦିଅ: କୋଶଳକ୍ରାନ୍ତି ଦଳ

ସମ୍ୱଲପୁର: ପଶ୍ଚିମ ଓଡିଶାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂଣର ପ୍ରଦାନ ସହ ପରିବାରରୁ ଜଣକୁ ସରକାରୀ ଚାକିରି ଦେବାକୁ ଆଜି କୋଶଳକ୍ରାନ୍ତି ଦଳ ପକ୍ଷରୁ ଦାବି କରାଯାଇଛି। ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ଧାରଣା ଦେଇଥିଲେ। ଏହାସହ କୃଷିମନ୍ତ୍ରୀ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଆରଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।