ପାଲଲହଡ଼ା: ୬ ବର୍ଷର ବାଳକକୁ ଚେଙ୍କ

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତ ଅନ୍ତର୍ଗତ ନମଗାଁର ୬ ବର୍ଷର ବାଳକ ମନୋଜ ବେହେରାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଓ ପେଟ ରୋଗ ଭଲ କରିବା ପାଇଁ ଚେଙ୍କ ଦିଆଯାଇଥିଲା।  ଚେଙ୍କ ନେବା ପରେ ମନୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସପ୍ତାହ ତଳେ ମନୋଜଙ୍କୁ ଜ୍ୱର ହେବା ସହିତ ପେଟ ଯନ୍ତ୍ରଣା କରୁଥିଲା। ପରିବାର ଲୋକେ ତାକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଚେଙ୍କ ଦେବାକୁ ନେଇଥିଲେ ବୋଲି ଅଭିଯୋଗ ହୋଇଛି।