ଭୁବନେଶ୍ୱର ପାନ୍ଥନିବାସକୁ ସିଲ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଭୁବନେଶ୍ୱରରେ ଥିବା ପାନ୍ଥନିବାସକୁ ରବିବାର ଚଢାଉ କରାଯାଇ ସିଲ କରାଯାଇଛି। ଜଳ ଓ ବାୟୁ ପ୍ରଦୂଷଣ ଅଭିଯୋଗରେ ଆଜି ପ୍ରଦୂଷଣ ବୋର୍ଡ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟସ୍ ଜାରି କରିଥିଲେ।

ଆଜି ପରିବେଶ ସମ୍ପର୍କିତ ୧୯୭୪ ଆଇନ ଅନୁଯାୟୀ ଏହି ଚଢାଉ କରାଯାଇଥିଲା। ଏହାସହ ବାପୁଜୀ ନଗରର ଏକ ହୋଟେଲ, ମଞ୍ଚେଶ୍ୱର ଅଞ୍ଚଳର ଉର୍ମୀ ହୋଟେଲ, ହୋଟେଲ୍ ଶ୍ରେୟା, ହାଇୱଇନ୍ ହୋଟେଲ ପ୍ରମୁଖରେ ମଧ୍ୟ ଚଢାଉ କରାଯାଇଥିଲା।