ପାରାଦ୍ୱୀପ: ଏସଆରସି ଷ୍ଟିଲରେ ଅଗ୍ନିକାଣ୍ଡ

ପାରାଦ୍ୱୀପ: ପାରାଦ୍ୱୀପ ଏସ୍ଆର୍ ଷ୍ଟିଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ଅପରାହ୍ନରେ ହଠାତ କୌଣସି କାରଣରୁ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ୩ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ସଟ ସର୍କିଟ ଯୋଗୁଁ ଏଭଳି ଅଗ୍ନକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।