ପାଟଣାଗଡ଼: ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣାଗଡ଼: ପାଟଣାଗଡ଼ ଲାଇନପଡ଼ାଠାରେ ଟେଲିଫୋନ ଟାୱାରରେ ବେକରେ ରଶି ଦେଇ ଜଣେ ଅବସରପ୍ରାପ୍ତ ଶିକ୍ଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବନମାଳୀ ବରିହା। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ମଙ୍ଗଳବାର ରାତିରେ  ସେ ଘରୁ କୁଆଡେ ପଳାଇ ଥିଲେ। ଆଜି ସ୍ଥାନୀୟ ଲୋକ ଟେଲିଫୋନ ଟାୱାର ଉପରେ ଝୁଲନ୍ତା ଅବସ୍ଥାରେ ଶବ ଦେଖି  ପୋଲିସକୁ ଖବର ଦେଇଥିଲେ।। ପୋଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର  କରିଥିଲେ ।  ପାଟଣାଗଡ଼ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।