ପିକଅପ୍ ଭ୍ୟାନ୍ ଓଲଟି ମହିଳାଙ୍କ ସମେତ ଦୁଇ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦେଇଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନମ୍ବର  ଜାତୀୟ ରାଜପଥର ବହଳଦା ଛକରେ ରବିବାର ଏକ ପିକଅପ୍ ଭ୍ୟାନ୍ ଓଲଟି ଡ୍ରାଇଭର ସମେତ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ପିକଅପ୍ ଭ୍ୟାନଟି ବହଳଦା ବଜାର ଦେଇ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ବସିଥିବା ଜଣେ ମହିଳା ଛେଳି ଚରାଳିଙ୍କ ଉପରେ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ଡ୍ରାଇଭର ଫାଗୁ ବିନ୍ଧାଣୀ(୩୦) ଓ ମହିଳା ସୁମର ସର୍ଦାର(୪୫)ଙ୍କ ମୃତ୍ୟୁ ଘଟିଥିଲା। ଉଭୟ ମୃତକଙ୍କ ଘର ସ୍ଥାନୀୟ ଅଞ୍ଚଳରେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଭ୍ୟାନକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।