ପ୍ରଭାତ ତ୍ରିପାଠୀଙ୍କ ବିନା ବିଜେଡିକୁ ବାଙ୍କୀରେ ଚଳଚଞ୍ଚଳ କରିବାକୁ ଦାବି

ଭୁବନେଶ୍ୱର: ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବିନା ବିଜେଡିକୁ ବାଙ୍କୀରେ ଚଳଚଞ୍ଚଳ କରିବାକୁ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ବିଜେଡିର କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ। କିନ୍ତୁ ସାକ୍ଷାତ କରିପାରି ନ ଥିଲେ। କର୍ମୀମାନେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ଗଣମାଧ୍ୟମ ଆଗରେ ଏ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଧାୟକ ପ୍ରଭାତ ତ୍ରିପାଠୀ କୌଣସି ମତାମତ ଦେଇନାହାନ୍ତି। କେବଳ ଏତିକି କହିଛନ୍ତି ଯେ, ଏହା ବିରୋଧୀଙ୍କର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ।