ପ୍ରଧାନମନ୍ତ୍ରୀଙ୍କ ନାଇଜର ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

ଖୋର୍ଦ୍ଧା: ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଇଜର ଗସ୍ତକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଇଜର ପରିସରରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ନାଇଜରକୁ ଲୋକାର୍ପଣ କରିବା ସହିତ ସେଠାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ନାଇଜର ପରିସରରେ ଏକ ସଭାମଞ୍ଚ ସହିତ ପ୍ରାୟ ୩୦୦୦ ଲୋକଙ୍କ ବସିବା ପାଇଁ ଅସ୍ଥାୟୀ ଅଡିଟୋରିୟମର ନିର୍ମାଣ ଚାଲିଛି। ତେବେ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ କେଉଁଠି ଅବତରଣ କରିବେ,  କେଉଁ ସ୍ଥାନକୁ ଆସିବେ ଆଜି ସେସବୁ ସ୍ଥାନକୁ ମନ୍ତ୍ରୀ ପ୍ରଧାନ ବୁଲି ଦେଖିଥିଲେ। ଏହାସହ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନ ନାଇଜରର ନିର୍ଦ୍ଦେଶକ, ରେଜିଷ୍ଟାର ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।