ପୁରୀ: ବିଜୟ ସ୍ୱଧାର ସଟ୍ ଷ୍ଟେ ହୋମ୍ ପରିସରରୁ ନାବାଳିକା ନିଖୋଜ

ପୁରୀ: ବିଜୟ ସ୍ୱଧାର ସଟ୍ ଷ୍ଟେ ହୋମ୍ ପରିସରରୁ ଜଣେ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ନାବାଳିକା ଜଣକ ପାଚେରୀ ଡ଼େଇଁ କୁଆଡ଼େ ଚାଲିଯାଇଥିବା ବିଜୟ ସ୍ୱଧାର ତରଫରୁ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ସେପଟେ ବିଜୟ ସ୍ୱଧାର କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟିଥିବା ନାବାଳିକାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏଥିପାଇଁ ସେମାନେ ସ୍ୱଧାର ଗୃହ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

ଏଭଳି ଅଭିଯୋଗ ଭିତ୍ତିହୀନ ଓ ଘଟଣା ସମ୍ପର୍କରେ ଶିଶୁ କଲ୍ୟାଣ କମିଟିକୁ ଅବଗତ କରାଯାଇଛି ବୋଲି ସ୍ୱଧାର ଗୃହ କର୍ତ୍ତୃପକ୍ଷ କହିଛନ୍ତି। ଏକ ମାମଲାରେ ବିଚାରାଧୀନ ଥିବା ନାବାଳିକା ଜଣକ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜାନୁଆରୀ ୨୬ତାରିଖରୁ ଏହି ସ୍ୱଧାର ଗୃହରେ ରହିଆସୁଥିଲା।