ପୁରୀ: ଡ୍ରେନ୍‌ରୁ ଦୁଇ ହରିଣ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲା କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରୁ ଖାଦ୍ୟ ଅନ୍ୱୋଷଣରେ ଗତକାଲି ରାତିରେ ଚାଲିଆସିଥିବା ଦୁଇଟି ହରିଣ ବାଲିଘାଟ ଗୋପାଳପୁର ଗାଁ ଡ୍ରେନ୍‌ ପଡି ଯାଇଥିଲେ। ଆଜି ସକାଳେ ଗାଁ ଲୋକେ ହରିଣ ଦୁଇଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ କର୍ମଚାରୀମାନେ ହରିଣ ଦୁଇଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ।

ପୁରୀ ଡିଏଫ୍‌ଓ ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,“ଉଦ୍ଧାର ହୋଇଥିବା ହରିଣ ଦ୍ୱୟ ସୁସ୍ଥ ଅଛନ୍ତି। ସେମାନଙ୍କୁ ଜଙ୍ଗଲରେ ଛଡ଼ା ଯାଇଛି। ଧାନ କଟା ପରେ ବିଲରେ ଚାଷ ହେଉଥିବା ବିରି ଓ ମୁଗ ଖାଇବା ପାଇଁ ସେମାନେ ଚାଲି ଆସିଥିବା ଅନୁମାନ କରାଯାଉଛି।”