ପୁରୀରେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ: ପଞ୍ଚୁକ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳୀଙ୍କର ଆଜି ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଟକ ଚାନ୍ଦିନୀ ଚୌକର ପ୍ରଭାବତୀ ଦାସ (୮୦)। ପୌର ସଂସ୍ଥା କଲ୍ୟାଣ ମଣ୍ଡପରେ ପ୍ରଭାବତୀ ପଡିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା। ଏ ନେଇ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯିବା ପରେ ତାଙ୍କ ପୁଅ ପ୍ରମୋଦ ଦାସ ପୁରୀରେ […]

puri

puri

Rakesh Mallick
  • Published: Friday, 11 November 2016
  • Updated: 11 November 2016, 02:11 PM IST

Sports

Latest News

ପୁରୀ: ପଞ୍ଚୁକ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳୀଙ୍କର ଆଜି ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଟକ ଚାନ୍ଦିନୀ ଚୌକର ପ୍ରଭାବତୀ ଦାସ (୮୦)। ପୌର ସଂସ୍ଥା କଲ୍ୟାଣ ମଣ୍ଡପରେ ପ୍ରଭାବତୀ ପଡିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା।

ଏ ନେଇ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯିବା ପରେ ତାଙ୍କ ପୁଅ ପ୍ରମୋଦ ଦାସ ପୁରୀରେ ପହଞ୍ଚି ମୃତଦେହ ଗ୍ରହଣ କରିଥିଲେ।

ପ୍ରଭାବତୀଙ୍କୁ ମିଶାଇ ୩ ଜଣ ହବିଷ୍ୟାଳୀଙ୍କର ମୃତ୍ୟୁ ଘଟିଲାଣି। ବଡ଼ଦାଣ୍ଡରେ ପଡ଼ି ଗୁରୁତର ହୋଇଥିବା ଇଂ. ରାବଣା ମା’ଙ୍କର ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିପରି ଭଦ୍ରକର ହବିଷ୍ୟାଳୀ ଜାନକୀ ବାରିକଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos