ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିରେ ଅନିୟମିତତାକୁ ନେଇ ଦତ୍ତମହାପାତ୍ର ସେବାୟତଙ୍କ ଆପତ୍ତି

ପୁରୀ: ଶ୍ରୀଜୀଉଙ୍କ ଶ୍ରୀମୁଖର ଜ୍ୟୋତି ବଜାୟ ରଖିବାକୁ ହୁଏ ବନକ ଲାଗି। ପ୍ରାକୃତିକ ରଙ୍ଗରେ ତିନି ଠାକୁରଙ୍କ ମୁଖ ଶୃଙ୍ଗ।ର କରନ୍ତି ଦତ୍ତମହାପାତ୍ର ସେବାୟତ। ସ୍ୱତ୍ତ୍ୱଲିପି ଅନୁସାରେ ପ୍ରତି ଗୁରୁବାର ଅର୍ଥାତ୍ ମାସକୁ ୪ଥର ବନକଲାଗି କରାଯିବା ପରମ୍ପରା ରହିଛି। ତେବେ କିଛି ଦିନ ହେବ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଦତ୍ତମହାପାତ୍ର ନିଯୋଗ। ମହାପ୍ରଭୁଙ୍କ ଶ୍ରୀମୁଖର ଶୋଭା ବଜାୟ ରଖିବା ଲାଗି ନିୟମିତ ବନକଲାଗି କରାଯିବା ଉପରେ ନିଯୋଗ ଜୋର […]

srimandir

srimandir

Rakesh Mallick
  • Published: Monday, 28 December 2015
  • Updated: 28 December 2015, 02:14 PM IST

ପୁରୀ: ଶ୍ରୀଜୀଉଙ୍କ ଶ୍ରୀମୁଖର ଜ୍ୟୋତି ବଜାୟ ରଖିବାକୁ ହୁଏ ବନକ ଲାଗି। ପ୍ରାକୃତିକ ରଙ୍ଗରେ ତିନି ଠାକୁରଙ୍କ ମୁଖ ଶୃଙ୍ଗ।ର କରନ୍ତି ଦତ୍ତମହାପାତ୍ର ସେବାୟତ। ସ୍ୱତ୍ତ୍ୱଲିପି ଅନୁସାରେ ପ୍ରତି ଗୁରୁବାର ଅର୍ଥାତ୍ ମାସକୁ ୪ଥର ବନକଲାଗି କରାଯିବା ପରମ୍ପରା ରହିଛି। ତେବେ କିଛି ଦିନ ହେବ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଦତ୍ତମହାପାତ୍ର ନିଯୋଗ। ମହାପ୍ରଭୁଙ୍କ ଶ୍ରୀମୁଖର ଶୋଭା ବଜାୟ ରଖିବା ଲାଗି ନିୟମିତ ବନକଲାଗି କରାଯିବା ଉପରେ ନିଯୋଗ ଜୋର ଦେଇଛି। ସେହିପରି ଦୀର୍ଘ ଦିନ ହେବ ଅଧରପୋଛା ନୀତି ବନ୍ଦ ହୋଇଯାଇଥିବାରୁ ନିଯୋଗ ଆପତ୍ତି ଉଠାଇଛି।

ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି କରିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ। ଅନ୍ୟପକ୍ଷରେ ବନକଲାଗି ନୀତିରେ ବ୍ୟତିକ୍ରମ ଘଟିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ସ୍ୱୀକାର କରିଛନ୍ତି। ଏହି ନୀତିକୁ ନିୟମିତ କରିବା ଲାଗି ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos