ପୁରୀ: ମହିଳାଙ୍କ ହାତ ଉପରକୁ ଚଢ଼ିଗଲା ବସ୍‌

ପୁରୀ: ପୁରୀ ନବକଳେବର ରୋଡ଼ରେ ଆଜି ସକାଳେ (ଶାରଦା ରଥ) ଜଣେ ମହିଳାଙ୍କ ହାତ ଉପରେ ବସ୍‌ ଚଢ଼ି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ହସ୍ପିଟାଲ୍  ଭର୍ତ୍ତି କରାଯାଇଥିଲା।  ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଶାରଦା ତାଙ୍କ ସ୍ୱାମୀଙ୍କ ସହ ସ୍କୁଟରରେ ମେଡିକାଲ ଯାଉଥିବା ସମୟରେ ବସ୍‌ଟି ତାଙ୍କ ଗାଡ଼ି ସହ ପିଟି ହୋଇଯାଇଥିଲା। ଭାରସାମ୍ୟ ହରାଇ ସେ ତଳେ ପଡ଼ିଯିବା ପରେ ବସ୍‌ଟି ତାଙ୍କ ହାତ ଉପରେ  ଚଢ଼ି ଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା।