ପୁରୀ: ପରିବେଶ ସନ୍ତୁଳନ, ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟରେ ଚିଲିକା ପର୍ଯ୍ୟନ୍ତ କୋଷ୍ଟାଲ ଟ୍ରେକିଂ

ପୁରୀ: ପରିବେଶ ସନ୍ତୁଳନ, ଜଙ୍ଗଲ ସୁରକ୍ଷା ଏବଂ ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟ ନେଇ ଭୁବନେଶ୍ୱର ସାଇକେଲିଂ ଓ ଆଡଭେନଚର କ୍ଳବ୍ ଏବଂ ବେୟାର ଫୁଟର ସଦସ୍ୟମାନେ ଶନିବାର ପୁରୀ ବେଳାଭୂମିରୁ ଚିଲିକା ପର୍ଯ୍ୟନ୍ତ କୋଷ୍ଟାଲ ଟ୍ରେକିଂ ଆରମ୍ଭ କରିଛନ୍ତି। ଏହି କୋଷ୍ଟାଲ ଟ୍ରେକିଂରେ ଯୋଗଦାନ କରିଥିବା ସଦସ୍ୟମାନେ ଦୀର୍ଘ ୩୩ କିଲୋମିଟର ଚାଲିଚାଲି ଚିଲିକାର ସି.ମାଉଥଠାରେ ପହଞ୍ଚିବେ। ସେଠାରେ ଧଳାବାଲିର ସୁରକ୍ଷା ପାଇଁ ସଫେଇ କାର୍ଯ୍ୟକ୍ରମ କରାଯିବ। ଏହାସହ ସମୁଦ୍ର କୂଳର କିଛି ସ୍ଥାନରେ ଗ୍ରାମବାସୀଙ୍କୁ […]

puri

puri

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 08:19 AM IST

Sports

Latest News

ପୁରୀ: ପରିବେଶ ସନ୍ତୁଳନ, ଜଙ୍ଗଲ ସୁରକ୍ଷା ଏବଂ ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟ ନେଇ ଭୁବନେଶ୍ୱର ସାଇକେଲିଂ ଓ ଆଡଭେନଚର କ୍ଳବ୍ ଏବଂ ବେୟାର ଫୁଟର ସଦସ୍ୟମାନେ ଶନିବାର ପୁରୀ ବେଳାଭୂମିରୁ ଚିଲିକା ପର୍ଯ୍ୟନ୍ତ କୋଷ୍ଟାଲ ଟ୍ରେକିଂ ଆରମ୍ଭ କରିଛନ୍ତି। ଏହି କୋଷ୍ଟାଲ ଟ୍ରେକିଂରେ ଯୋଗଦାନ କରିଥିବା ସଦସ୍ୟମାନେ ଦୀର୍ଘ ୩୩ କିଲୋମିଟର ଚାଲିଚାଲି ଚିଲିକାର ସି.ମାଉଥଠାରେ ପହଞ୍ଚିବେ। ସେଠାରେ ଧଳାବାଲିର ସୁରକ୍ଷା ପାଇଁ ସଫେଇ କାର୍ଯ୍ୟକ୍ରମ କରାଯିବ। ଏହାସହ ସମୁଦ୍ର କୂଳର କିଛି ସ୍ଥାନରେ ଗ୍ରାମବାସୀଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବ ବୋଲି ଏହି କୋଷ୍ଟାଲ୍ ଟ୍ରେକିଂରେ ଯୋଗଦାନ କରିଥିବା ପୋଲିସ ଆଇ.ଜି. ସଞ୍ଜୀବ ପଣ୍ଡା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଲିତ ଦାସ, ବେୟାର ଫୁଟ୍‌ ସଭାପତି ଯୁଗବ୍ରତ କରଙ୍କ ସମେତ ସାକ୍ଷୀଗୋପାଳର ଗୁରୁକୁଳ ଆଥଲେଟିକ, ଲାଇଫ ଗାର୍ଡ ଏବଂ କିଛି ବିଦେଶୀ ପର୍ଯ୍ୟଟକ ସାମିଲ ହୋଇ ଏପରି କାର୍ଯ୍ୟକ୍ରମ ଦ୍ୱାରା ପର୍ଯ୍ୟଟନ ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos