ପୁରୀ: ଶ୍ରୀକ୍ଷେତ୍ରରୁ ଯଜ୍ଞନାରାୟଣ ରଥ ଗଡ଼ିଛି। ଚତୁଃର୍ବେଦୀୟ ରାଜସ୍ୱୀୟ ଯଜ୍ଞର ସଚେତନତା ଲାଗି ଏହି ରଥ ଓଡ଼ିଶା ପରିକ୍ରମା କରିବ। ବେଦଜ୍ଞାନ ଓ ଆଧ୍ୟାତ୍ମିକତା ଚେତନାର ପୁନଃ ସଂସ୍ଥାପନା ନିମନ୍ତେ ତଥା ଇଶ୍ୱରଙ୍କ ଉଦ୍ଦେଶ୍ୟରେ ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ ରଥ ସାରା ଓଡ଼ିଶା ପରିକ୍ରମା କରିବ। ଏହି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଯାଇଛି। ଶ୍ରୀମନ୍ଦିରରୁ ମାଳ, ମହାପ୍ରସାଦ ଲାଗି ହେବା ପରେ ରଥ ଗଡ଼ିଥିଲା। କ୍ରିୟାଯୋଗ ଆଶ୍ରମର ପ୍ରଜ୍ଞାନନ୍ଦଜୀ ମହାରାଜ ଏହି ରଥର ଶୁଭାରମ୍ଭ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।