ରବିବାର ପାଳିତ ହେବ ବିଏମସିର ‘ରାହାଗିରି ଦିବସ’

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆସନ୍ତା ରବିବାର ପାଳିତ ହେବାକୁ ଯାଉଛି ରାହାଗିରି ଦିବସ। ଏହିଦିନ ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରିବେଶ ଓ ଟ୍ରାଫିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରବିବାର ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ଛକ ଯାଏ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କୌଣସି ଗାଡ଼ି ଚଳାଚଳ କରିବ ନାହିଁ। କାର୍ଯ୍ୟକ୍ରମରେ ସାଇକେଲିଂ, ୱାକିଂ, ଦୌଡ଼, ଯୋଗ ଓ ସ୍ୱାସ୍ଥ୍ୟଶିବର ଖୋଲାଯିବ। ସୁସ୍ଥ ସମାଜ ଓ ପରିବେଶ ଗଠନ ଦିଗରେ ବିଏମ୍ସି ଏହି ପଦକ୍ଷେପ ନେଉଛି। ପ୍ରାଥମିକ ପର୍ଯ୍ୟାୟରେ ୪ଟି ରବିବାର ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସାଧାରଣ ଲୋକ ମଧ୍ୟ ଭାଗ ନେଇପାରିବେ ବୋଲି ବିଏମସି ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି।