ରାହାଗିରି ଦିବସ: ଯୁବପିଢ଼ିଙ୍କ କଳାକୌଶଳ ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ  ଆଜି ଅନୁଷ୍ଠିତ  ହୋଇଯାଇଛି ସପ୍ତମ ରାହାଗିରି ଦିବସ। ପ୍ରତି ରବିବାର ଭଳି ଆଜିବି ସକାଳୁ ସକାଳୁ ରାମମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ରାସ୍ତା ଲୋକାରଣ୍ୟ ହୋଇଯାଇଥିଲା। ରାସ୍ତା ଉପରେ ଯୁବପିଢ଼ି ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ। ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। କିଏ ସ୍କେଟିଂ ମାଧ୍ୟମରେ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲା ତ ଆଉ କିଏ ଦଉଡ଼ି ମାଧ୍ୟମରେ। ଏହାସହ ଛୋଟଛୋଟ ପିଲାମାନେ ଭଳିକି ଭଳି ଚିତ୍ର ଆଙ୍କି ରାହାଗିରି ଦିବସର ମଜା ଉଠାଇଥିଲେ।