ରାସୋଳରେ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ଘରେ ଚିକିତ୍ସିତ ହେଉଛନ୍ତି। ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ସେମାନଙ୍କ ଚିକିତ୍ସା କରୁଛି। କୌଣସି କାରଣରୁ ପାନୀୟ ଜଳ ସଂକ୍ରମିତ ହୋଇ ଗାଁରେ ଝାଡ଼ାବାନ୍ତି ବ୍ୟାପି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।